ମୋ ଗାଆଁ ମନ୍ଦିର ସବୁଠୁ ସୁନ୍ଦର
ତା' ଠାରୁ ସମ କେ ନାହିଁ,
ମନ୍ଦିରର ସେଇ ପାବନ ପ୍ରାଙ୍ଗଣେ
ଜନମ ହେଇଛି ମୁହିଁ।।
ଜନନୀର ସେହି ଅପରୂପ ଶୋଭା
ଆହା କେଡେ ମନଲୋଭା
ପ୍ରାଚୀ ଗଗନରେ କଅଁଳ ତପନ
ସୁନେଲି କିରଣ ଆଭା।।
ବୁଢ଼ାବଳଙ୍ଗର ଶ୍ରୀଚରଣ ତଳେ
ମନ୍ଦିରର ଅବସ୍ଥିତି
ମହାଦେବଙ୍କର ବାସସ୍ଥାନ ସେ'ଯେ
ଅକ୍ଷୟ ଯାହାର କୀର୍ତ୍ତି।।
ଶଙ୍ଖ ହୁଳହୁଳି ଘଣ୍ଟନାଦ ସାଥେ
ସନ୍ଧ୍ୟା ଦୀପର ଆଳତି
ବେଦ ବେଦନ୍ତରେ ଆହ୍ଲାଦିତ ହୁଏ
ଶ୍ରବଣ କରେ ମୁଁ ନିତି।
ମନ୍ଦିର ବେଢାରେ ଚମ୍ପାଗଛ ଡାଳେ
ବିଶ୍ୱାସର ନାଲି ଡୋରି
ବାନ୍ଧିଥାଏ ଯାଇ ଘରଣୀ ମୋହର
ତାରିବାକୁ ଜୀବ ତରୀ।
ମନୋଜ କୁମାର ମହାନ୍ତ
ବଡ଼ସାହି, ବାରିପଦା, ମୟୂରଭଞ୍ଜ।


0 Comments